あらすじ
୧୯୬୫ ମସିହା ଜାନୁଆରୀ ମାସ ୧୫ ତାରିଖ କେନ୍ଦ୍ରାପଡା ଜିଲ୍ଲାର କଅଁରପୁରଠାରେ ମାତା ସରସ୍ବତୀ ନାୟକ ଏବଂ ପିତା ନଟବର ନାୟକଙ୍କ କୋଳମଣ୍ଡନ କରନ୍ତି ବିଶିଷ୍ଟ କବି, ଗାଳ୍ପିକ, ପ୍ରାବନ୍ଧିକ, ଔପନ୍ୟାସିକ ତଥା ବାସ୍ତବବାଦୀ କବି ଡଃ. ନିର୍ମଳ କୁମାର ନାୟକ । କର୍ମକୁ ଆଦରି ମାତୃଭୂମି ଛାଡ଼ି ସେ ମହାରାଷ୍ଟ୍ରର ନାଗପୁରଠାରେ ଅବସ୍ଥାପିତ ହୋଇଥିଲେ ମଧ୍ୟ ମାତୃଭୂମି ତଥା ମାତୃଭାଷାର ମମତା ତାଙ୍କୁ ମାନସ ଭାବେ ବାନ୍ଧିରଖୁଛି ନିଜ ପାଖରେ । ହୁଏତ ସେହି କାରଣରୁ ତାଙ୍କ ଲେଖନୀ ଚାଲିଛି ଏକ ଅସରନ୍ତି ସ୍ୟାହିର ମାର୍ଗରେ । ତାଙ୍କର ବିଭିନ୍ନ ଲେଖା ପତ୍ରପତ୍ରିକାଠାରୁ ନେଇ ଖବରକାଗଜ ଇତ୍ୟାଦିରେ ମଧ୍ଯ ପ୍ରକାଶିତ । ଜଣେ ଲୋକପ୍ରିୟ ତଥା ଉଦାର ଚରିତ୍ର ସହ ସାହିତ୍ୟ ଅନୁରାଗୀ ଭାବେ ସେ ବେଶ୍ ପରିଚିତ । ଅତସୀ କୁସୁମର ପୂର୍ବ ଛ' ଗୋଟି ପୁସ୍ତକର ପାଠକାଦୃତି ତଥା ଲୋକପ୍ରିୟତା କ୍ରମେ ପ୍ରକାଶ ହେଉଛି ଅତସୀ କୁସୁମର ସପ୍ତମ ଭାଗ । କବିଙ୍କ କଲମର ଦୀର୍ଘାୟୁ କାମନା ପୂର୍ବକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।
ISBN: 9789361759413ASIN: 9361759418