あらすじ
୧୯୬୫ ମସିହା ଜାନୁଆରୀ ମାସ ୧୫ ତାରିଖ କେନ୍ଦ୍ରାପଡା ଜିଲ୍ଲାର କଅଁରପୁରଠାରେ ମାତା ସରସ୍ବତୀ ନାୟକ ଏବଂ ପିତା ନଟବର ନାୟକଙ୍କ କୋଳମଣ୍ଡନ କରନ୍ତି ବିଶିଷ୍ଟ କବି, ଗାଳ୍ପିକ, ପ୍ରାବନ୍ଧିକ, ଔପନ୍ୟାସିକ ତଥା ବାସ୍ତବବାଦୀ କବି ଡଃ. ନିର୍ମଳ କୁମାର ନାୟକ । ସୁଦୂର ନାଗପୁରରେ ଜୀବନାନୁବୃତ୍ତି ଅବଲମ୍ବନ କରୁଥିବା ବେଳେ ନିରନ୍ତର ପବିତ୍ର ଚିନ୍ତନରେ ବାଣୀ ସାଧନାରେ ନିମଜ୍ଜିତ ହେବା ଆପଣଙ୍କ ପ୍ରଜ୍ଞା ମାନସର ପ୍ରାମାଣିକ ସିଦ୍ଧାନ୍ତ।। ବାସ୍ତବ ଅନୁଶୀଳନ ଏବଂ ତତ୍କାଳ ସୃଷ୍ଟି ସର୍ଜ୍ଜନାରେ ଆପଣଙ୍କ ସୃଷ୍ଟି ସୌଧ ସମୁଜ୍ଜ୍ଵଳ ସର୍ବଦା। ଅତସୀ କୁସୁମ ଭଳି ଅଠର ଖଣ୍ଡ କାବ୍ୟ ସଂକଳନ ହେଉ ବା ହେଉ କ୍ଷୁଦ୍ର ଗଳ୍ପ କିମ୍ବା ମଧୁଛନ୍ଦାଙ୍କ ଡାଏରୀ ଭଳି ଉପନ୍ୟାସ ; ସବୁଠି ଆପଣଙ୍କ ଓଜସ୍ଵିନୀତାର ପରିଚୟ।। ଓଡ଼ିଆ ଭାଷା ସାହିତ୍ୟର ବାସ୍ତବ ରୂପକାର ଭାବେ ଆପଣ ରାଜ୍ୟ ଏବଂ ଜାତୀୟ ସ୍ତରରେ ନିଜେ ନିଜର ପରିଚୟ ସୃଷ୍ଟି କରି ଅଭିନନ୍ଦନୀୟ। ମହାସରସ୍ଵତୀ ଆପଣଙ୍କୁ ଏମିତି କୃପା କରୁଥାନ୍ତୁ !! ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଲେଖନୀ ଚଳଚଞ୍ଚଳ ରହୁ। ଜୟ ଜଗନ୍ନାଥ।