あらすじ
ଅତଳ ସାଗର, ସାତ ତାଳ ପାଣି, ସାତ ତାଳ ପଙ୍କ, ସୁନା ର ଫରୁଆ ମଧ୍ୟରେ ଭଅଁର ର ଜୀବନ ସହ ଯୋଡ଼ା ରାଜାଙ୍କ ଶାରୀ ର ପ୍ରାଣ ଠିକ ସେହିପରି ସାହିତ୍ୟ ଓ ସାହିତ୍ୟିକ ଙ୍କ ସମ୍ପର୍କ !! କେତୋଟି ପଲ୍ଲୀ ଙ୍କୁ ନେଇ ଏକ ପଞ୍ଚାୟତ, କେତୋଟି ପଂଚାୟତ କୁ ନେଇ ଏକ ବ୍ଲକ କେତୋଟି ବ୍ଲକ କୁ ନେଇ ଏକ ଜିଲ୍ଲା, କେତୋଟି ଜିଲ୍ଲା କୁ ନେଇ ଏକ ରାଜ୍ୟ, ଏହିଭଳି କେତୋଟି ରାଜ୍ୟ କୁ ନେଇ ଦେଶ, ମହାଦେଶ, ବିଶ୍ଵ ର ସର୍ଜନା !! ମୋର ଚିର ପରିଚିତ ବାସ୍ତବବାଦୀ କବି, କଥାକାର, ପ୍ରାବନ୍ଧିକ, ଔପନାସିକ ଡ଼ଃ. ନିର୍ମଳ କୁମାର ନାୟକ ଏକ ନିଚ୍ଛକ ପଲ୍ଲୀ ଗ୍ରାମ କଅଁରପୁର, ଆଳି, କେନ୍ଦ୍ରାପଡ଼ା ଜିଲ୍ଲା ଓଡିଶା ଭୂଖଣ୍ଡ ରେ ପନ୍ଦର ଜାନୁୟାରୀ ଉଣେଇଶ ପଞ୍ଚସଠି ମସିହାରେ ସ୍ବର୍ଗତ ନଟବର ନାୟକ ଏବଂ ସ୍ବର୍ଗତା ସରସ୍ବତୀ ନାୟକ ଙ୍କ କୋଳ ମଣ୍ଡନ କରିଥିଲେ !! ସାରସ୍ୱତ ଜଗତ ରେ ଚିରପରିଚିତ ଚେହେରା ଟିଏ, ଅଦ୍ୟାବଧି ଏଗାର ଖଣ୍ଡ କବିତା, ଗଳ୍ପ, ଉପନ୍ୟାସ ପ୍ରକାଶିତ ହେବାର ସୌଭାଗ୍ୟ ପ୍ରାପ୍ତି ହୋଇଛି !! ଅନ୍ୟ ସଂଜାଳନ ପରି ନବମ ସଂଖ୍ୟା ଜନାଦୃତ୍ତି ଲାଭ କରିବାର ଆଶାୟୀ !! ପ୍ରାଣ ପ୍ରିୟା ଙ୍କୁ ସମର୍ପିତ "ଅତସୀ କୁସୁମ " ସଂଖ୍ୟା ଏକ ବିଶ୍ଵ କୀର୍ତ୍ତିମାନ ସ୍ଥାପନ କରୁ ଏହାହିଁ ଜଗତ ର ନାଥ ଜଗନ୍ନାଥ ଙ୍କ ପଦାରବିନ୍ଦେ ପ୍ରାର୍ଥନା କରେ !! 🌹ପ୍ରକାଶକ 🌹