あらすじ
ଶିକ୍ଷା, ସଂସ୍କାର, ସଂସ୍କୃତି ସହ ସାହିତ୍ୟ ସମାଜ ଉତ୍ଥାନ ନିମନ୍ତେ ସଦା ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ସମାଜରେ ରହିଥିବା ଅନ୍ଧବିଶ୍ୱାସର ଉଚ୍ଛେଦ ଉଦ୍ଦେଶ୍ୟରେ କିଛି ମହାନୁଭବଙ୍କ ଲେଖନୀର ଅବଦାନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ ବଳିଷ୍ଠ ତଥା ସୁପରିଚିତ ବାସ୍ତବଧର୍ମୀ କବି ଡ଼ଃ ନିର୍ମଳ କୁମାର ନାୟକଙ୍କ ଚତୁର୍ଥ ଓଡ଼ିଆ ମନୋଜ୍ଞ କବିତା ସଙ୍କଳନ ଭାବେ ପ୍ରକାଶିତ ହୋଇଅଛି "ଅତସୀ କୁସୁମ (ଭାଗ:୪)"। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା କଅଁରପୁର ଗ୍ରାମରେ ଜନ୍ମିତ କବି, ନିଜର ଲେଖନୀ ମାଧ୍ୟମରେ ଗାଁ ଠାରୁ ସହର ତଥା ଭିନ୍ନ ଭିନ୍ନ ଅନୁଷ୍ଠାନ ସମୂହରୁ ନିଜର ପରିଚୟ ହାସଲ କରିବାରେ ସକ୍ଷମ ହୋଇ ପାରିଛନ୍ତି । ଆଶା ପୂର୍ବ ସମସ୍ତ ଭାଗ ଗୁଡିକ ପରି "ଅତସୀ କୁସୁମ"ର ଏହି ଚତୁର୍ଥ ଭାଗ ପାଠକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିପାରିବ । ପ୍ରକାଶକ
ISBN: 9789357499927ASIN: 935749992X