あらすじ
ଲେଖକର ଜୀବନ ଭାରି ସଂଘର୍ଷମୟ, ସେ ଲେଖି ଚାଲୁଥାଏ ସତ ମାତ୍ର କିଏ ଯେ ତା' ଲେଖା ପଢ଼ିବ ନ ପଢ଼ିବ ତାକୁ ଜଣା ନ ଥାଏ। ମଙ୍ଗହୀନ ଡଙ୍ଗା ଟିଏ ପରି ବହି ଚାଲୁଥାଏ ସମୟ ସୁଅରେ। ଲେଖୁ ଲେଖୁ ଲେଖି ହେଇଯାଏ ଅନେକ ଚିଠି ମାତ୍ର ନ ଥାଏ ଠିକଣା। କ'ଣ ବା ହେଇପାରେ ଜଣେ ଲେଖକର ସମ୍ପତ୍ତି ! କିଛି ନୁହେଁ। ବାସ୍ କୁଢ଼ କୁଢ଼ ବେନାମୀ ଚିଠି ଯାହାକୁ ରୂପ ଦେଇଥାଏ କେଉଁ ଏକ ବଦନାମ୍ କଲମ, ଦୁଆତ ଦୁଆତ ଆତ୍ମଦଗ୍ଧା କାଳିର ଅସହାୟତାର ବେଶ୍ ଭଲ ଫାଇଦା ଉଠାଇ। ଯେଉଁ ଲେଖକର ପାଥେୟ ସୁଦ୍ଧା ଏତେ ବଦନାମ୍ ସେ ବା କେମିତି ଏ ସମାଜରେ ବଦନାମ୍ ରୂପ ନ ନେଇ ରହିବ। ବଦନାମ୍ କଲମ ~ ବେନାମୀ ଚଠି ସଙ୍କଳନରେ ଏମିତି ଅନେକ ଅନାବନା ପ୍ରସଙ୍ଗରେ ଟିପ୍ପଣୀ ଦିଆ ଯାଇଛି। ପଢନ୍ତୁ, ଏହାର ପରିମାପକ ବନନ୍ତୁ, ଭଲ ପାଇବା ଦିଅନ୍ତୁ ଏବଂ ଭୁଲ ସଂଶୋଧନର ସୁଯୋଗ ଦିଅନ୍ତୁ। ଧନ୍ୟବାଦ
ISBN: 9789355040176ASIN: 9355040172