あらすじ
HAIKU SADHNA ODISHA (Anthology of Odia & Koshli Haiku Poems) ମୂଳ ଭାବେ ଜାପାନୀ କବିତା "ହାଇକୁ"ର ଜନ୍ମ ଜାପାନୀ ସଂସ୍କୃତିର ପରଂପରା, ଜାପାନୀ ଜନମାନସ ଏବଂ ସୌନ୍ଦର୍ଯ୍ୟ ଚେତନା ରେ ସାଧିତ ଓ ବିକଶିତ ହୋଇଥିଲା । "ହାଇକୁ"କୁ କାବ୍ୟଧାରା ରୂପରେ ପ୍ରସିଦ୍ଧ ଜାପାନୀ କବି ବାଶୋ ପ୍ରତିଷ୍ଠା ପ୍ରଦାନ କରିଥିଲେ । ଆଜି 'ହାଇକୁ' ଜାପାନୀ ସାହିତ୍ୟର ସୀମାକୁ ଅତିକ୍ରମ କରି ବିଶ୍ୱ ସାହିତ୍ୟ ନିଧି ଭାବେ ପରିଗଣିତ । "ହାଇକୁ" ଭାବର ସାଧନା, ଅନୁଭୂତିର ଚରମ ମୁହୂର୍ତ୍ତର କବିତା । ବିମ୍ବ ପ୍ରକାଶ ହାଇକୁ ସଂରଚନାର ମୂଳ ଲକ୍ଷଣ । ଏଥିରେ ପାଠକକୁ ରଚନାର ଭାବରେ ନିଜକୁ ଶାମିଲ କରିବା ପାଇଁ ସ୍ଥାନ ମିଳିଯାଏ । ଏହା ମଧ୍ୟ କୁହାଯାଇଛି ଯେ ଗୋଟିଏ ଉତ୍ତମ ହାଇକୁରେ ଋତୁସୂଚକ ଶବ୍ଦ ଆସିବା ଉଚିତ । ଆଜି ଯେଉଁ ହାଇକୁ ସଂଗ୍ରହ"ର ମଲାଟ ପ୍ରସ୍ତୁତ କରାଯାଉଛି, ତା'ର ସଂପାଦନ ଓଡ଼ିଆ, ହିନ୍ଦୀ, ଇଂରାଜୀ, ଛତ୍ତିସଗଢୀ, କୋଶଳୀ, ମରାଠୀ, ପଂଜାବୀ, ଗୁଜୁରାଟୀ, ବଙ୍ଗଲା, ନେପାଳୀ ଆଦି ଅନେକ ଭାଷାବିଦ୍ ଯୁବ ସାହିତ୍ୟିକ ଶ୍ରୀ ପ୍ରଦୀପ କୁମାର ଦାଶ ଦୀପକଙ୍କର ଅଭିନବ ପ୍ରୟାସ । ଏହି ସଂଗ୍ରହରେ କୋଶଳୀ ଏବଂ ଓଡ଼ିଆ ସାହିତ୍ୟିକ ମାନଙ୍କ "ହାଇକୁ" ସଂକଳିତ । "ହାଇକୁ ସାଧନା ଓଡ଼ିଶା" ଓଡ଼ିଆ ଓ କୋଶଳୀ ଭାଷାର ପ୍ରଥମ ହାଇକୁ ସଂକଳନ । ଏହି ସଂଗ୍ରହ ଉପରେ ଆପଣଙ୍କର ମତ ଓ ମନ୍ତବ୍ଯ ଏକାନ୍ତ କାମ୍ୟ ।













































































