あらすじ
ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାଏନ ପଣ୍ଡା ୧୩.୦୪.୧୯୫୯ ସାଲେ ସମଲପୁର ଜିଲ୍ଲା ଧମା ଥାନାର ରଢିଆପାଲି ଗାଆଁନେ ଜନମ ହଇଛନ । ଏଛେନ ସେ ଦଧିବାମନ କଲୋନି, ଧନକଉଡାନ ଘର ବନେଇକରି ରହୁଛନ । ସେ ୧୯୮୦ ସାଲେ ସମଲପୁର ବିଶ୍ୱବିଦ୍ୟାଲୟନୁ “ଅର୍ଥନିତି”ଥି ଏମ.ଏ. ପାଶ କଲା ଉତାରୁ ୧୯୮୧ନୁ ୨୦୧୯ ତକ ପାଖାପାଖି ୩୯ ବରଷ ଭାରତୀୟ ଷ୍ଟେଟ ବେଙ୍କନ ଚାକିରି କରିଛନ । ସେ ୧୯୮୬ ସେପ୍ଟେମ୍ବର ମାସନୁ ସମଲପୁରୀ ଆଉର ଓଡିଆ ଦୁହିଥି ଗିତୀକାର ହିସାବେ ସ୍ୱୀକୃତି ପାଇଛନ । ଗିତିକବିତା ସଙ୍ଗେ ତାଁକର ଗିତିନାଟ୍ୟ, ରୁପକ, କଥାନି, ନାଟକମାନେ ଆକାଶବାଣୀର ଭିନଭିନ ବିଭାଗନେ ପ୍ରସାରିତ ହଇ ଶ୍ରୋତାମାନକର ହୁରୁଦକେ ଛିଇଁପାରିଛେ । ଚାକିରି ସରିଗଲା ଉତାରୁ ଆଜ୍ଞା ପୁରାପୁରି ସାହିତ୍ୟ ସେବାନେ ଲାଗି ପଡିଛନ । ସେ ଇହାଦେ ମାସିକ ସମଲପୁରୀ ସାହିତ୍ୟ ଇ-ପତ୍ରିକା “ପନତ”ର ସମ୍ପାଦକ, ଭାରତୀୟ ସାହିତ୍ୟ ସଂସ୍କୃତି ପରିଷଦ, ଓଡିଶାର ସମ୍ବଲପୁର ଜିଲ୍ଲା ସଭାପତି, ମାସିକ ସାହିତ୍ୟ ପତ୍ରିକା “ସମ୍ବଲପୁରୀ ଦର୍ପନ”ର ଉପଦେଷ୍ଟା, ଆଲୋକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ତିନମାସିଆ ଶିଶୁ ସାହିତ୍ୟ ପତ୍ରିକା “ଆଲୋକ”ର ଉପଦେଷ୍ଟା ଅଛନ । ଆଲୋକ ଅନୁଷ୍ଠାନ ତରଫନୁ ପ୍ରକାଶିତ ସମ୍ବଲପୁରୀ ଶିଶୁ କଥାନି ସଙ୍କଲନ “କଥା ମହନି” ସମ୍ପାଦନ କରିଛନ । ତାଁକର ଗଜରା (ସମଲପୁରୀ ଗିତିକବିତା), ଭାଉ(ସମଲପୁରୀ କଥାନି),ମନ ବଇଁଶୀର ସ୍ୱର(ଓଡିଆ ଗିତିକବିତା), ଶଶିସେନା(ସମଲପୁରୀ କାବ୍ୟ) ପ୍ରକାଶ ପାଇକରି ପାଠକମାନକର ଆଦର ସାଉଁଟି ସାରିଛେ । “ଆଲତୁ ଫାଲତୁ” ତାଁକର ଦୁସରା ସମଲପୁରୀ କଥାନି ବହିନ ଛବିଶଟା ମଜାକିଆ କଥାନି ଠାନ ପାଇଛେ । ଆଖେପାଖେ ଘଟୁଥିବାର ଘଟନାମାନକୁ ନେଇକରି ଇ କଥାନିମାନେ ଜନମ ହଇଛନ । ସବୁ କଥାନିନେ ଉବାଟକେ ଯାଉଥିବାର ସମାଜକେ ସୁଧରାବାର ବାରତା ରହିଛେ । ପହେଲା କଥାନି ବହି “ଭାଉ” ବାଗିର ଇଥିର କଥାନିମାନେ ଭି ପାଠକକେ ଭାବବାର ଖୁରାକ ଯୁଗାବା ବଲି ଆଶା । ପଣ୍ଡା ଆଜ୍ଞାକର କଲମ ଏନ୍ତା ଚାଲିଥାଉ ବଲି ଦେବୀ ଦେବତାକଁର ପାହାତଲେ ଗୁହାରି ।